ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି: ଏପ୍ରିଲ ୧ରୁ ପୁଣି ଖୋଲିବ ପୋର୍ଟାଲ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ସୁଭଦ୍ରା ଯୋଜନା’କୁ ଆସନ୍ତାକାଲି ୨ ବର୍ଷ ପୂରଣ ହେବାକୁ ଯାଉଛି। ଏହି ପବିତ୍ର ଅବସରକୁ ରାଜ୍ୟବ୍ୟାପୀ ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଢଙ୍ଗରେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ସେଲିବ୍ରେସନ ପାଇଁ ରାଜ୍ୟର ୩୩୮ଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସେଣ୍ଟ୍ରାଲ ପ୍ରୋଜେକ୍ଟ ଅଙ୍ଗନୱାଡି ଅଫିସଗୁଡ଼ିକରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ବିଗତ ୨ ବର୍ଷ ଭିତରେ ୧ କୋଟି ୩ ଲକ୍ଷ ମହିଳା ହିତାଧିକାରୀଙ୍କୁ ମୋଟ ୨୫,୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇସାରିଛି। ସେହିପରି ଯେଉଁ ଯୋଗ୍ୟ ମହିଳାମାନେ ଆବେଦନରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ମାସେ ପାଇଁ ସୁଭଦ୍ରା ପୋର୍ଟାଲ ପୁନର୍ବାର ଖୋଲିବ। ଏହି ଅବଧି ମଧ୍ୟରେ ନୂଆ ଆବେଦନକାରୀମାନେ ନିଜର ନାମ ପଞ୍ଜୀକୃତ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button