ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଡ୍ରଗ୍‌ସ ଟେଷ୍ଟର ସମ୍ମୁଖୀନ

ହେଲ୍‌ସିଙ୍କି: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଶୁକ୍ରବାର ଡ୍ରଗ୍‌ସ ଟେଷ୍ଟ୍‌ର ସମ୍ମୁଖୀନ ହୋଇଥିବା ଜଣାପଡିଛି । ନିକଟରେ ୩୬ ବର୍ଷୀୟା ମାରିନ୍ ଜଣେ ବାନ୍ଧବୀଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେଇଥିବାବେଳେ ନାଚଗୀତରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ଉକ୍ତ ଭିଡିଓଟି ଲିକ୍ ହେବାପରେ ମାରିନ୍ ଡ୍ରଗ୍‌ସ ସେବନ କରି ନୃତ୍ୟ କରୁଥିଲେ ବୋଲି ବିରୋଧୀ ଅପପ୍ରଚାର ଆରମ୍ଭ କରିଥିଲେ । ସନ୍ଦେହ ଦୂର କରିବାକୁ ମାରିନ ଡ୍ରଗ୍‌ସ ଟେଷ୍ଟର ସମ୍ମୁଖୀନ ହେବାକୁ ଉଚିତ ମନେ କରିଥିଲେ । ସେ ନିଶା ସେବନ କରନ୍ତି ନାହିଁ, ରିପୋର୍ଟ ଆସିଲେ ସବୁ ସତ ଉନ୍ମୋଚିତ ହେବ ବୋଲି ମାରିନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button