ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ତପ୍ତପାଣିରେ କରିବେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମଙ୍ଗଳବାର) ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସେ ରାଜଭବନରୁ ନିକଟସ୍ଥ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିବା ପରେ ସକାଳ ୯ଟାରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ, ଅର୍ଥାତ୍‌ ପ୍ରାୟ ୨ ଘଣ୍ଟା ୧୦ ମିନିଟ୍‌ର ଯାତ୍ରା ପରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଏହି ଯାତ୍ରା ପାଇଁ ଦିଲ୍ଲୀରୁ ୧୦ଟି କୋଚ୍‌ବିଶିଷ୍ଟ ଏକ ସ୍ୱତନ୍ତ୍ର ‘ରାଷ୍ଟ୍ରପତି ସ୍ପେଶାଲ୍ ଟ୍ରେନ୍’ ଆସିଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍‌କୁ ଅନ୍ୟ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଏସ୍କର୍ଟ (ସୁରକ୍ଷା ବଳୟ) କରୁଥିଲେ। ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରୁ କାର୍‌ ଯୋଗେ ତପ୍ତପାଣି ଅଭିମୁଖେ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରସିଦ୍ଧ ପୀଠ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button