ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ତୁଳା ଭର୍ତ୍ତି ଗୋଦାମରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୯ଟା ବେଳେ ଗୋଦାମରୁ ଘନ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ଅଗ୍ନିଶମ ବାହିନୀର ଟିମ୍‌ଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଗୋଦାମରେ ବହୁ ପରିମାଣରେ ତୁଳା ମହଜୁଦ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ଏବଂ ଏହାକୁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଥିବାବେଳେ ଘଣ୍ଟା ଘଣ୍ଟା ଧରି ଅଗ୍ନି ନିର୍ବାପନ କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ବରିଷ୍ଠ ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିନଥିବାବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ପରିମାଣ ଓ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button