ଉଜ୍ଜ୍ୱଳ ତ୍ୱଚା ପାଇଁ କଫି

ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ କଫି । ତ୍ୱଚାକୁ ଏହା ଉଜ୍ଜ୍ୱଳ ରଖିବା ସହ ଦାଗମୁକ୍ତ କରିଥାଏ । ମୁହଁରେ କଫିକୁ କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ ଜାଣି ରଖିବା ।
– ଦୁଇ ଚାମଚ କଫି ପାଉଡରରେ ଦୁଇ ଚାମଚ ଦହି, କିଛି ନଡ଼ିଆ ତେଲ ଓ ଅଳ୍ପ ଲେମ୍ବୁ ରସ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ କିିଛି ସମୟ ସ୍କ୍ରବ୍ କରନ୍ତୁ । ୧୦-୧୫ ମିନିଟ୍ ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାକୁ ହାତ ଓ ଗୋଡ଼ରେ ମଧ୍ୟ ଲଗାଇପାରିବେ ।


– କଫି ପାଉଡରରେ କିଛି ବ୍ରାଉନ୍ ସୁଗାର ଏବଂ ବାଦାମ ତେଲ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ତାହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ମୁହଁ ଓ ବେକରେ ଲଗାଇ ମସାଜ୍ କରନ୍ତୁ ।
– ସେହିପରି କଫି ପାଉଡର୍‌ରେ ହଳଦି ଗୁଣ୍ଡ ଓ ଦହି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ମୁହଁ ଉଜ୍ଜଳ ଦିଶିବ ।

Related Articles

Leave a Reply

Your email address will not be published.

Back to top button