ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ୪ ଜଣଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ବର: ଓଡ଼ିଶାର ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମ୍ମୁଖୀନ ହେଉଥିବା ୪ ଜଣଙ୍କୁ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଆସନ୍ତା ଅଗଷ୍ଟ ୩ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୋଲିସ ଏହି ୪ ଜଣଙ୍କୁ ଗିରଫ କରିପାରିବ ନାହିଁ। ତେବେ ଆବେଦନକାରୀମାନେ କ୍ରାଇମବ୍ରାଞ୍ଚ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ସୁରକ୍ଷା ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ସହକାରୀ ନିର୍ଦ୍ଦେଶକ ଓ ସଂଯୋଜକ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ ଏବଂ ଏକ ଘରୋଇ ପ୍ରକାଶନୀ ସଂସ୍ଥାର ଅନୁପମ ଘୋଷ ସାମିଲ ଅଛନ୍ତି।



