CMOରୁ ଫାଇଲ ଗାଏବ ଘଟଣା: ଆଜି ହାଜର ହେବେନି ଭିକେ ପାଣ୍ଡିଆନ୍, VC ଯୋଗେ ବୟାନ ଦେବାକୁ ମେଲ୍

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର RDC ତଦନ୍ତ ରିପୋର୍ଟ ହଜିବା ଘଟଣାରେ କମିଶନରେଟ୍ ପୋଲିସ ଛାନଭିନ୍ ଜାରି ରଖିଛି। ଏହି ମାମଲାରେ ଆଜି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ବିଜେଡି ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସେ ବିଦେଶରେ ଥିବାରୁ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି। ଏନେଇ ଭିକେ ପାଣ୍ଡିଆନ୍ ଇମେଲ୍ ମାଧ୍ୟମରେ ପୋଲିସକୁ ନିଜର ପକ୍ଷ ରଖିଛନ୍ତି। ଭିଡିଓ କନଫରେନ୍ସିଂ (VC) ଜରିଆରେ ବୟାନ ରେକର୍ଡ କରିବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି। ତେବେ ଏହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। VC ମାଧ୍ୟମରେ ବୟାନ ନିଆଯିବ କି ନାହିଁ, ସେ ନେଇ ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ମାମଲାର ତଦନ୍ତକାରୀ ଅଫିସର ଥା ଅତିରିକ୍ତ ଥାନା ଅଧିକାରୀ ବିପିନ ବିହାରୀ ହୋତା ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button