ଚାନ୍ଦିପୁର ITRରୁ ‘ପିନାକ’ ଲଙ୍ଗ୍‌ ରେଞ୍ଜ ଗାଇଡେଡ୍ ରକେଟ୍‌ର ସଫଳ ପରୀକ୍ଷଣ

ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ‘ପିନାକ’ ଲଙ୍ଗ୍‌ ରେଞ୍ଜ ଗାଇଡେଡ୍ ରକେଟ୍ (LRGR)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଗତ ୮ ଜୁଲାଇ ୨୦gate ରେ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ବ୍ୟବହାରକାରୀଙ୍କ (ସେନା) ଆବଶ୍ୟକତା ଅନୁଯାୟୀ, ରକେଟ୍‌ର ସର୍ବନିମ୍ନ ୬୦ କିଲୋମିଟର ରେଞ୍ଜ୍‌ କ୍ଷମତାର ପରୀକ୍ଷା କରାଯାଇଥିଲା। ଯୋଜନା ଅନୁଯାୟୀ, ଉଡ଼ାଣ ସମୟରେ ରକେଟ୍‌ଟି ନିଜର ସମସ୍ତ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବା ସହ ପୂର୍ବନିର୍ଦ୍ଧାରିତ ଗତିପଥକୁ ଅନୁସରଣ କରି ସଠିକ୍ ଭାବେ ଲକ୍ଷ୍ୟସ୍ଥଳ ଉପରେ ଆଘାତ କରିଥିଲା। ପରୀକ୍ଷଣ ସମୟରେ ITR ପରିସରରେ ନିୟୋଜିତ ଥିବା ସମସ୍ତ ଅତ୍ୟାଧୁନିକ ରାଡାର, ଟ୍ରାକିଂ ସିଷ୍ଟମ୍ ଏବଂ ଉପକରଣ ରକେଟ୍‌ର ଗତିପଥ ଉପରେ ନଜର ରଖିଥିଲେ। ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, “ପିନାକ ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍  ନିଜର ନିର୍ଦ୍ଧାରିତ ସର୍ବନିମ୍ନ ୬୦ କିଲୋମିଟର ପରିସର ମଧ୍ୟରେ ସଫଳତାର ସହ ପରୀକ୍ଷିତ ହୋଇଛି। ଏହି ପରୀକ୍ଷଣ ସେନାର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ।” ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ DRDO ଏବଂ ସେନାର ବୈଜ୍ଞାନିକ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button