ବଢ଼ୁଛି ହୀରାକୁଦର ଜଳସ୍ତର

ଭୁବନେଶ୍ବର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସନ୍ତୁଳନ ରକ୍ଷା କରିବା ପାଇଁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ତାରିଖ ଓ ସମୟ ଘୋଷଣା କରିଛନ୍ତି। ଆସନ୍ତା ୯ ଜୁଲାଇ ସକାଳ ୧୧ଟାରେ ହୀରାକୁଦ ଡ୍ୟାମ୍‌ର ପ୍ରଥମ ଗେଟ୍ ଖୋଲାଯିବ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫.୬ କାନଭାସ୍‌ ଫୁଟରେ ପହଞ୍ଚିଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ କେନାଲ ଓ ଶିଳ୍ପସଂସ୍ଥା ଜରିଆରେ ୨୦ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ମହାନଦୀ ଅବବାହିକା ଏବଂ ହୀରାକୁଦର ଜଳସ୍ତର ଉପରେ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ଛଡ଼ାଯିବା ପରେ, ସ୍ଥିତି ଓ ଆଗାମୀ ବର୍ଷାର ପରିମାଣକୁ ଆକଳନ କରି ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button