ନବନିର୍ମିତ ଘରର ଭୁଶୁଡ଼ିଲା କାନ୍ଥ : ଜଣେ ଶ୍ରମିକ ମୃତ, ଆଉ ଜଣେ ଗୁରୁତର

ଭୁବନେଶ୍ବର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ନବନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବାବର୍ ଶେଖ୍ ଏବଂ ଆହତ ଶ୍ରମିକଙ୍କ ନାମ ମିଟୁ ଶେଖ୍। ଦୁହିଁଙ୍କ ଘର ପଶ୍ଚିମବଙ୍ଗର ଜଂଘିପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ମିଟୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଠିକାଦାର ଏସ. କେ. ସମିମଙ୍କ ତତ୍ତ୍ୱାବଧାନରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ କେନ୍ଦୁଝର ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button