ପାରିବାରିକ କଳହରୁ ଶାଶୁଙ୍କୁ ପନିକିରେ ହାଣିଲା ବୋହୂ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ପଥରଘାଟା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବୋହୂ ତାଙ୍କ ଶାଶୁଙ୍କୁ ପନିକିରେ ଆକ୍ରମଣ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ଗୁରୁତର ଶାଶୁଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କିଛି ଟଙ୍କା ନେଣଦେଣକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବିବାଦ ଉଗ୍ର ରୂପ ନେଇଥିଲା ଏବଂ ଉତ୍କ୍ଷିପ୍ତ ହୋଇ ବୋହୂ ଘରେ ଥିବା ପନିକିରେ ଶାଶୁଙ୍କୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବୋହୂଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏହି ସଂଘାତିକ କାଣ୍ଡ ପଛର ପ୍ରକୃତ କାରଣ କଣ, ସେ ନେଇ ଅଧିକ ଖୋଳତାଳ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button