ଇରାନକୁ ଡୋନାଲ୍ଡ ଟ୍ରମ୍ପ ଦେଲେ ଧମକ

ୱାଶିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ଶାନ୍ତି ଚୁକ୍ତି କେବଳ ଆଲୋଚନା ଟେବୁଲ ମଧ୍ୟରେ ସୀମିତ ରହିଯାଇଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଠୋର ଭାଷାରେ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖେ ଏବଂ ଆମେରିକାକୁ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ କରେ, ତେବେ ଇସଲାମିକ ଗଣରାଜ୍ୟ ଇରାନର ଅସ୍ତିତ୍ୱ ଶେଷ ହୋଇଯିବ ଏବଂ ଏହା ବିଶ୍ୱ ମାନଚିତ୍ରରୁ ଲିଭିଯିବ। ଆମେରିକା ପକ୍ଷରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ଅନେକ ଇରାନୀ ସାମରିକ ଘାଟି ଉପରେ ଏୟାରଷ୍ଟ୍ରାଇକ୍ (ବିମାନ ଆକ୍ରମଣ) କରାଯିବା ପରେ ଟ୍ରମ୍ପଙ୍କର ଏହି ବଡ଼ ବିବୃତି ସାମ୍ନାକୁ ଆସିଛି। ଅପରପକ୍ଷରେ, ଏହାର ଜବାବରେ ଇରାନ ବାହାରିନ ଏବଂ କୁଏତ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button