ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସର୍ଭେରେ ଅଂଶଗ୍ରହଣ କରିବାକୁ ଅପିଲ୍‌

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି – ୨୦୨୦ (ଏନଇପି) ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ(ଏନସିଏଫ) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜାତୀୟ ଶିକ୍ଷା ନୀତିର ମାର୍ଗଦର୍ଶିକା ଅନୁସାରେ ଏକ ଗତିଶୀଳ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏଥିପାଇଁ ଏକ ଗତିଶୀଳ, ସମାବେଶୀ ଓ ଭବିଷ୍ୟତବାଦୀ ଜାତୀୟ ପାଠ୍ୟକ୍ରମ ରୂପରେଖ ବିକଶିତ କରିବା ଆବଶ୍ୟକ । ଯାହା ଦ୍ୱାରା ଆଗାମୀ ପିଢିଙ୍କ ମଧ୍ୟରେ ସାଂସ୍କୃତିକ ସୁଦୃଢ଼ତାକୁ ଏକତ୍ରିତ କରିବା ସହ ବୈଶ୍ୱିକ କଳ୍ପନା ତିଆରି କରିହେବ ଏବଂ ଶିକ୍ଷାକୁ ଉପନିବେଶୀକରଣ ମୁକ୍ତ କରି ଯୁବପିଢିଙ୍କ ମଧ୍ୟରେ ଗୌରବର ଭାବନା ଉଜ୍ଜୀବିତ କରି ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପାଠ୍ୟକ୍ରମ ରୂପରେଖ ଗଠନ ଏବଂ ପରବର୍ତ୍ତୀ ସମୟରେ ସିଲାବସ୍‌, ପାଠ୍ୟ ପୁସ୍ତକ ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପାଇଁ ଅନଲାଇନ ମାଧ୍ୟମରେ ଜନସାଧାରଣଙ୍କ ପରାମର୍ଶ ଲୋଡ଼ାଯାଇଛି । ଜାତୀୟ ଏବଂ ରାଜ୍ୟସ୍ତରରେ ନ୍ୟାସନାଲ ଫୋକୋସ ଗ୍ରୁପ, ନ୍ୟାସନାଲ ଷ୍ଟିୟରିଂ କମିଟି, ଷ୍ଟେଟ୍ ଫୋକୋସ ଗ୍ରୁପ ଏବଂ ଷ୍ଟେଟ୍ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଯାହା ମାଧ୍ୟମରେ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଲୋଡ଼ାଯିବ । ଶିକ୍ଷକ, ସ୍କୁଲର ପ୍ରଧାନଶିକ୍ଷକ କିମ୍ବା ପ୍ରିନ୍ସିପାଲ, ଶିକ୍ଷାବିତ୍‌, ଅଭିଭାବକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ବିଶେଷଜ୍ଞ, ଜନପ୍ରତିନିଧି, କଳାକାର, ଚାଷୀ ତଥା ସ୍କୁଲ ଓ ଶିକ୍ଷକଙ୍କ ଶିକ୍ଷାରେ ଆଗ୍ରହ ରଖୁଥିବା ବ୍ୟକ୍ତିବିଶେଷ ଓଡ଼ିଆ ସମେତ ୨୩ଟି ଭାଷାରେ ହେଉଥିବା ଅନଲାଇନ ସର୍ଭେ ଦ୍ୱାରା ଅଂଶଗ୍ରହଣ କରି ନିଜ ମତାମତ ଦେଇପାରିବେ ।

Related Articles

Leave a Reply

Your email address will not be published.

Back to top button