ଗୁଗଲ୍ ପ୍ଲେ-ଷ୍ଟୋରରୁ ହଟିଲା ‘ଟେଲିଗ୍ରାମ’: ସରକାରଙ୍କ କଟକଣା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ସଂସ୍ଥା

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୨୧ ତାରିଖରେ ହେବାକୁ ଥିବା ନିଟ୍‌ (NEET) ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ କଟକଣା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରସିଦ୍ଧ ମେସେଜିଂ ଆପ୍ ‘ଟେଲିଗ୍ରାମ୍’। ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ବୁଧବାର ଟେଲିଗ୍ରାମ୍ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛି। ଜଷ୍ଟିସ ତେଜସ୍‌ କରିଆଙ୍କ ସମ୍ମୁଖରେ ଏହି ମାମଲା ଉପସ୍ଥାପନ କରାଯାଇଥିବା ବେଳେ, କୋର୍ଟ ଏହାର ଜରୁରୀ ଶୁଣାଣି ପାଇଁ ସହମତି ପ୍ରକାଶ କରିଛନ୍ତି। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଏବଂ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁଗଲ୍ ନିଜ ପ୍ଲେ-ଷ୍ଟୋରରୁ ଟେଲିଗ୍ରାମକୁ ହଟାଇ ଦେଇଛି। ଗୁଗଲ୍‌ ପ୍ଲେ-ଷ୍ଟୋର୍‌ରୁ ଆପ୍ ହଟାଯିବା ପରେ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡଟେକିଛି। ଟେଲିଗ୍ରାମର ସଂସ୍ଥାପକ ତଥା ସିଇଓ ପାବେଲ ଦୁରୋଭ (Pavel Durov) ସରକାରଙ୍କ ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ଅନୁଚିତ ବୋଲି କହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଦୁରୋଭ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ସମସ୍ୟାର ସମାଧାନ ହେବନାହିଁ। ଅପରାଧୀମାନେ ଅନ୍ୟ କୌଣସି ପ୍ଲାଟଫର୍ମ ବ୍ୟବହାର କରି ମଧ୍ୟ ବେଆଇନ କାର୍ଯ୍ୟ କରିପାରନ୍ତି।”

Related Articles

Leave a Reply

Your email address will not be published. Required fields are marked *

Back to top button