ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧୀନ ପୋଲ ତଳକୁ ବାଇକ୍ ଖସି ୨ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। କପ୍ତିପଦା-ତେଲିପାଳ ନିକଟରେ ଏକ ନିର୍ମାଣାଧୀନ ପୋଲ ତଳକୁ ବାଇକ୍‌ ଖସିପଡ଼ିବା ଫଳରେ ଦୁଇଜଣ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତକ ଦୁଇଜଣ ହେଲେ ଔପଦା ଥାନା ଅନ୍ତର୍ଗତ ଖୁମକୁଟ ଗାଁର ଦିଲୀପ ସୋରେନ ଓ ନରେନ୍ଦ୍ର ମୁର୍ମୁ। ସୂଚନା ଅନୁଯାୟୀ, ଦିଲୀପ ଓ ନରେନ୍ଦ୍ର ଉଦଳାରୁ ବାଇକ୍‌ ଯୋଗେ ନିଜ ଗାଁକୁ ଫେରୁଥିଲେ। ତେବେ ରାତି କିମ୍ବା ଅସାବଧାନତା କାରଣରୁ କପ୍ତିପଦା-ତେଲିପାଳ ନିକଟରେ ଥିବା ଏକ ନିର୍ମାଣାଧୀନ ପୋଲ ତଳକୁ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ‘ମୃତ’ ଘୋଷଣା କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button