ମଝି ଆକାଶରେ ପକ୍ଷୀ ସହ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ: ଅଳ୍ପକେ ବର୍ତ୍ତିଲେ ୧୨୪ ଯାତ୍ରୀ

ନୂଆଦିଲ୍ଲୀ: ରାଜକୋଟର ହିରାସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ମଙ୍ଗଳବାର ସକାଳେ ରାଜକୋଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ଏକ ବିମାନ ସହ ମଝି ଆକାଶରେ ପକ୍ଷୀ ଧକ୍କା ହୋଇଛି। ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ପୁଣି ଥରେ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନରେ ଥିବା ସମସ୍ତ ୧୨୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନ ସହ ପକ୍ଷୀଟି ଧକ୍କା ହୋଇଥିଲା। ଏହି କାରଣରୁ ବିମାନର ଇଞ୍ଜିନ କିମ୍ବା ଅନ୍ୟ କୌଣସି ବୈଷୟିକ ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇଥିବା ଆଶଙ୍କା କରି ପାଇଲଟ୍ ତୁରନ୍ତ ବିମାନକୁ ବନ୍ଦରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାରୁ ପ୍ରଶାସନ ଓ ଯାତ୍ରୀଙ୍କ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button