ମାଟିର ବାସ୍ନା ସାହିତ୍ୟ ସଂସଦର ସାମ୍ବତ୍ସରିକ ଉତ୍ସବରେ ରାଜଶ୍ରୀ ଅନୁଷ୍ଠାନକୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ମାଟିର ବାସ୍ନା ସାହିତ୍ୟ ସଂସଦର ସାମ୍ବତ୍ସରିକ ଉତ୍ସବ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କବି ସ୍ଵର୍ଣ୍ଣଲତା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ କବି ପୂଜନ ଉତ୍ସବରେ ବିଶିଷ୍ଟ ସାହିତ୍ୟ ସଂଗଠକ ସୁକୁମାର ସାମଲ ମୁଖ୍ୟ ଅତିଥି , ରାଜଶ୍ରୀର ପ୍ରତିଷ୍ଠାତା ସମ୍ପାଦକ ଆଶୁ କବି ହେମନ୍ତ ଜେନା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡଃ ରମାକାନ୍ତ ନାୟକ, ଛନ୍ଦ କବି ସୁରେଶ ଚନ୍ଦ୍ର ରଥ , ଡଃ ନବକିଶୋର ଶତପଥୀ, କବି ଯୁଗଳ କିଶୋର ମହାରଣା ଏବଂ କବି ଗୀତାଞ୍ଜଳି ପଣ୍ଡା ଆଦି ଯୋଗ ଦେଇ “ସାହିତ୍ୟ ଓ ଆଧ୍ୟାତ୍ମିକତା ” ପ୍ରସଙ୍ଗ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କବି କବୟିତ୍ରୀଙ୍କୁ ଯଥୋଚିତ ସମ୍ବର୍ଦ୍ଧିତ କରିଥିଲେ। ଇତ୍ୟବସରରେ ଅନୁଷ୍ଠାନର ଶିଶୁ ବିଶେଷାଙ୍କ ” ମାଟିର ମୁକୁଳ” କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ମାଟିର ବାସ୍ନା ସାହିତ୍ୟ ସଂସଦର ସଭାପତି ଆଡଭୋକେଟ୍ ରାଖଲ ଚନ୍ଦ୍ର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ବିଶିଷ୍ଟ ସାହିତ୍ୟିକା ପ୍ରାଧ୍ୟାପିକା ଡଃ ପ୍ରତିଭା ମହାରଥୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରସଙ୍ଗ ଭିତ୍ତିକ ଦୀକ୍ଷାନ୍ତ ସମ୍ଭାଷଣ ଦେବା ସହିତ କେତେକ ଗ୍ରନ୍ଥ ଉନ୍ମୋଚନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ଗୋଦାବରୀଶ ଦାସ , କବି ବାବାଜୀ ଚରଣ ଦାସ, କବି ଶ୍ରୀକାନ୍ତ ପଣ୍ଡା , ପ୍ରାବନ୍ଧିକ ଦେବେନ୍ଦ୍ର ନାଥ ଧନୀ , ଆଦି ଅତିଥି ଭାବେ ଯୋଗ ଦେଇଥିଲେ। ଇତ୍ୟବସରରେ ମାଟିର ବାସ୍ନା ସାହିତ୍ୟ ସଂସଦ ପକ୍ଷରୁ ରାଜଶ୍ରୀ ଅନୁଷ୍ଠାନକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରାୟୋଜିତ ରାଜ୍ୟ ସ୍ତରୀୟ କବି ପୂଜନ ଉତ୍ସବରେ ରାଜଶ୍ରୀର କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ, ଉପଦେଷ୍ଟା ଡଃ ରମାକାନ୍ତ ନାୟକ, ଯୁଗ୍ମ ସମ୍ପାଦିକା କବି ସୁପ୍ରିୟା ସାହୁ, ଗୀତିକାର ରଞ୍ଜନ କୁମାର ଦଳାଇ, କବି ଡଃ ମନ୍ଦାକିନୀ ପାଢ଼ୀ, ସମାଜସେବୀ ଅକ୍ଷୟ କୁମାର ତରାଇ, କବି ହେମନ୍ତ କୁମାର ସାହୁ , ସମାଜସେବୀ ସଞ୍ଜୟ ମିଟୁ ଜେନା, ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୂଖ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ଉଭୟ ଅଧିବେଶନରେ ସମ୍ପାଦିକା ସରସ୍ବତୀ ବାରିକ ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ପ୍ରମୋଦ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କବି ଅମୂଲ୍ୟ କୁମାର ବାରିକ ଓ କଳିଙ୍ଗ ସାହୁ ପ୍ରମୂଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।



