ନିଳାଦ୍ରୀ ବିଜେ ପରେ ରତ୍ନଭଣ୍ଡାର ଗଣତି ମଣତି : ଅରବିନ୍ଦ ପାଢୀ

ଭୁବନେଶ୍ବର: ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। ଆଗକୁ ପବିତ୍ର ସ୍ନାନ ଯାତ୍ରା ଏବଂ ଘୋଷ ଯାତ୍ରା ଥିବାରୁ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ନିଳାଦ୍ରୀ ବିଜେ ସମ୍ପନ୍ନ ହେବା ପରେ କେଉଁ ନିର୍ଦ୍ଦିଷ୍ଟ ତିଥିରେ ଏହି ଗଣତି କାର୍ଯ୍ୟ ଆରମ୍ଭ କରାଯିବ, ସେ ନେଇ ସରକାରଙ୍କୁ ଅବଗତ କରାଯିବ। ଏହା ସହିତ ଏହି ପ୍ରକ୍ରିୟା ପାଇଁ ପୂର୍ବରୁ ପ୍ରସ୍ତୁତ ନିୟମାବଳୀରେ କିଛିଟା ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।



