ସିବିଏସଇର ପୁନଃମୂଲ୍ୟାୟନ ପୋର୍ଟାଲ ଖୋଲିଲା; ଜୁନ୍ ୬ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୁନଃମୂଲ୍ୟାୟନ (Re-evaluation) ପୋର୍ଟାଲ ଖୋଲିଛି। ଯେଉଁ ଛାତ୍ରଛାତ୍ରୀମାନେ ନିଜର ମାର୍କ ପୁନଃ ଯାଞ୍ଚ କରାଇବାକୁ ଚାହୁଁଛନ୍ତି, ସେମାନେ ବୋର୍ଡର ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ମାର୍କ ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଏହି ଲିଙ୍କ୍ ଆସନ୍ତା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଛାତ୍ରଛାତ୍ରୀମାନେ କିଭଳି ସହଜରେ ଆବେଦନ କରିପାରିବେ, ସେ ନେଇ ସିବିଏସଇ ପକ୍ଷରୁ ଏକ ସ୍ୱତନ୍ତ୍ର ସୂଚନାଭିତ୍ତିକ ଭିଡିଓ ମଧ୍ୟ ଜାରି କରାଯାଇଛି। ସିବିଏସଇର ଅଫିସିଆଲ୍ ପୁନଃ ମୁଲ୍ୟାୟନ ପୋର୍ଟାଲ ଖୋଲନ୍ତୁ, ପୋର୍ଟାଲ ଖୋଲିବା ପରେ ପ୍ରଥମେ ଲଗଇନ୍ କରନ୍ତୁ ଏବଂ କେଉଁ ବିଷୟରେ ପୁନଃ ମୁଲ୍ୟାୟନ କରିବେ ଚୟନ କରନ୍ତୁ।



