କର୍ଣ୍ଣାଟକ ରାଜନୀତିରେ ବଡ଼ ନିଷ୍ପତ୍ତି: ସର୍ବସମ୍ମତିକ୍ରମେ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନୂଆ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବେଙ୍ଗାଲୁରୁରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ (CLP) ବୈଠକରେ ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ସର୍ବସମ୍ମତିକ୍ରମେ ନୂତନ ନେତା ଭାବେ ନିର୍ବାଚିତ କରାଯାଇଛି। ସମସ୍ତ ପ୍ରମୁଖ ବିଧାୟକ ଓ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଦୀର୍ଘ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିଧାୟକ ଦଳର ନେତା ମନୋନୀତ ହେବା ପରେ ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ହେବାର ପଥ ବର୍ତ୍ତମାନ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି, ଯାହାକୁ କର୍ଣ୍ଣାଟକ ରାଜନୀତିରେ ଏକ ନୂତନ ଅଧ୍ୟାୟ ବୋଲି କୁହାଯାଉଛି। ବୈଠକ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ମହାସଚିବ କେ.ସି. ଭେନୁଗୋପାଳ କହିଛନ୍ତି ଯେ, ହାଇକମାଣ୍ଡଙ୍କ ପରାମର୍ଶ କ୍ରମେ ବୈଠକରେ ନେତା ଚୟନ ପ୍ରକ୍ରିୟା ଆ ରମ୍ଭ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜେ ବିଧାୟକ ଦଳ ବୈଠକରେ ଡିକେ ଶିବକୁମାରଙ୍କ ନାମ ପ୍ରସ୍ତାବ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଡକ୍ଟର ଜି. ପରମେଶ୍ୱର ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ବୈଠକରେ ଉପସ୍ଥିତ ସମସ୍ତ ବିଧାୟକ କୌଣସି ବିରୋଧ ନକରି ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲେ। ଏହି ନିଷ୍ପତ୍ତି ସହିତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୀର୍ଘ ସମୟ ଧରି ଦାବିଦାର ଥିବା ଶିବକୁମାର ଏବେ ରାଜ୍ୟର ଶାସନ ଗାଦି ସମ୍ଭାଳିବା ନିକଟତର ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button