କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଐତିହାସିକ ରାୟ: RTI ପରିସରରୁ ମୁକ୍ତ ହେଲା BCCI

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନକୁ ନେଇ ଚାଲିଥିବା ଆଇନଗତ ଲଢ଼େଇରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)କୁ ମିଳିଛି ଏକ ବଡ଼ ସଫଳତା। କେନ୍ଦ୍ରୀୟ ସୂଚନା ଆୟୋଗ ଏକ ଐତିହାସିକ ରାୟ ଶୁଣାଇ ଘୋଷଣା କରିଛନ୍ତି ଯେ, BCCI ଏଣିକି RTI ଆଇନର ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ମୁକ୍ତ ରହିବ। ଏହି ନିଷ୍ପତ୍ତି ସହ ଆୟୋଗ ୨୦୧୮ ମସିହାରେ ତତ୍କାଳୀନ CICଙ୍କ ଦ୍ୱାରା ଜାରି କରାଯାଇଥିବା ସେହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ BCCIକୁ ଏକ ‘ସାର୍ବଜନୀନ କର୍ତ୍ତୃପକ୍ଷ’  ଭାବରେ ବର୍ଗୀକୃତ କରାଯାଇଥିଲା। କ୍ରିକେଟ୍ ବୋର୍ଡ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ କାର୍ଯ୍ୟ କରିବ। ଏହାର ଦୈନନ୍ଦିନ ପରିଚାଳନାରେ କୌଣସି ସରକାରୀ ତଦାରଖ କିମ୍ବା ହସ୍ତକ୍ଷେପ ରହିବ ନାହିଁ। BCCI ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସ୍ୱଚ୍ଛଳ ଓ ସ୍ୱାବଲମ୍ବୀ। ଏହା ନିଜର କାର୍ଯ୍ୟକ୍ରମ ପାଇଁ ସରକାରଙ୍କଠାରୁ କୌଣସି ପ୍ରକାରର ପାଣ୍ଠି କିମ୍ବା ଆନୁଦାନ ଗ୍ରହଣ କରେ ନାହିଁ। ବୋର୍ଡର ଏହି ଆର୍ଥିକ ସ୍ୱାଧୀନତାକୁ ଦୃଷ୍ଟିରେ ରଖି, ଏହାକୁ RTI ଆଇନ ଅନୁଯାୟୀ ଏକ ସାର୍ବଜନୀନ କର୍ତ୍ତୃପକ୍ଷ ଭାବେ ବିବେଚନା କରାଯାଇପାରିବ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button