ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡା କ୍ରସର ନିକଟରେ ଥିବା ଏକ ଖଣିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ପ୍ରତାପ କୁମାର ପାଟଶାଣୀ (୩୫), ତାଙ୍କ ଘର ଟାଙ୍ଗୀ ଗ୍ରାମ ପଞ୍ଚାୟତର ନୂଆପଡା ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ଖଣି ନିକଟକୁ ଯାଇଥିବା ବେଳେ ପାଣିରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସେମାନେ ଏନେଇ ଚାନ୍ଦପୁର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜବତ କରିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରତାପ କିଛି ଦିନ ହେଲା ଘରୁ ନିଖୋଜ ଥିଲେ। ଏନେଇ ଚାନ୍ଦପୁର ଥାନାରେ ପୂର୍ବରୁ ଏକ ନିଖୋଜ ଅଭିଯୋଗ ମଧ୍ୟ ହୋଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ, ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ସନ୍ଦେହ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button