ବିପଦ ସଙ୍କେତ ଟପିଲା ବୈତରଣୀ

ଭୁବନେଶ୍ୱର:  ରାଜ୍ୟର ଉପରମୁଣ୍ଡରେ ପ୍ରବଳରୁ ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ୍ ଖୋଲିଛି । ଏବେସୁଦ୍ଧା ମୋଟ ୨୮ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଆଖୁଆପଦାଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର । ଏହାସହ ଜଳକା ନଦୀ ମଧ୍ୟ ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି ।

Related Articles

Leave a Reply

Your email address will not be published.

Back to top button