ଦେଶରେ ପେଟ୍ରୋଲିୟମ ସଙ୍କଟ ନାହିଁ, ଭାରତ ପାଖରେ ଅଛି ପର୍ଯ୍ୟାପ୍ତ ତେଲ ମହଜୁଦ: ରାଜନାଥ ସିଂ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲିୟମ ଉତ୍ପାଦର ଅଭାବକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆନ୍ତଃ-ମନ୍ତ୍ରଣାଳୟ ସମୂହ (IGoM) ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ, ଭାରତରେ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ ନାହିଁ ଏବଂ ଦେଶର ଶକ୍ତି ସୁରକ୍ଷା ସ୍ଥିତି ବେଶ୍ ମଜବୁତ ରହିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦେଶରେ ଜରୁରୀକାଳୀନ ସ୍ଥିତି ପାଇଁ ପର୍ଯ୍ୟାପ୍ତ ପରିମାଣର ତେଲ ଓ ଗ୍ୟାସ୍ ଗଚ୍ଛିତ ରହିଛି। ରାଜନାଥ ସିଂ କହିଛନ୍ତି ଯେ, ବିଶ୍ୱର ଅନ୍ୟ କେତେକ ଦେଶ ପେଟ୍ରୋଲିୟମ ବ୍ୟବହାର କମାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ପାଇଁ ସେଭଳି କୌଣସି ପରିସ୍ଥିତି ଉପୁଜି ନାହିଁ। ଦେଶର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ରହିଛି। ବର୍ତ୍ତମାନ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୭୦୩ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯଥେଷ୍ଟ।

Related Articles

Leave a Reply

Your email address will not be published. Required fields are marked *

Back to top button