ଛାତ କାମକୁ ନେଇ ବିବାଦ; ପଡ଼ୋଶୀଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଛାତ କାମ ପାଇଁ କାଠ ପଟା ରଖିବାକୁ କେନ୍ଦ୍ର କରି ଘଟିଛି ରକ୍ତାକ୍ତ ସଂଘର୍ଷ। ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଖଇରା ବ୍ଲକ ହରିପୁର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ହରିପୁର ଗାଁର ଜଣେ ବ୍ୟକ୍ତି ନିଜ ଘରର ଛାତ କାମ ପାଇଁ କିଛି କାଠ ପଟା ପଡ଼ୋଶୀଙ୍କ ଘର ସମ୍ମୁଖରେ ରଖିଥିଲେ। ଏହାକୁ ନେଇ ପଡ଼ୋଶୀ ପରିବାରର ବାପା, ମାଆ ଓ ପୁଅ ପ୍ରବଳ ବିରୋଧ କରିବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। କଥା କଟାକଟିରୁ ଆରମ୍ଭ ହୋଇ ଏହା ଶେଷରେ ହିଂସାତ୍ମକ ରୂପ ନେଇଥିଲା। ପଡ଼ୋଶୀ ବାପ-ପୁଅ ଏକ କଟୁରୀରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନଣନ୍ଦ ଓ ଭାଉଜ ଉଭୟ ରକ୍ତାକ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ ନଣନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ଅଭିଯୁକ୍ତ ବାପା ଓ ପୁଅ ଫେରାର ହୋଇଯାଇଥିବା ବେଳେ ପୋଲିସ ମାଆକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button