କର୍ଣ୍ଣାଟକ ମନ୍ତ୍ରୀ ଡି. ସୁଧାକରଙ୍କ ପରଲୋକ

ନୂଆଦିଲ୍ଲୀ: କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡି. ସୁଧାକରଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଏକ ପୋଷ୍ଟ କରି ଶିବକୁମାର ଲେଖିଛନ୍ତି, “ଆଜି ଆମର କ୍ୟାବିନେଟ ସହଯୋଗୀ ଡି. ସୁଧାକରଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ। ସେ ମୋର ଅତ୍ୟନ୍ତ ଘନିଷ୍ଠ ଥିଲେ। ହିରିୟୁରର ବିଧାୟକ, ଚିତ୍ରଦୁର୍ଗ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଏବଂ ଯୋଜନା ଓ ପରିସଂଖ୍ୟାନ ବିଭାଗର ମନ୍ତ୍ରୀ ଭାବରେ ତାଙ୍କର ଜନସେବା ସ୍ମରଣୀୟ ହୋଇ ରହିବ।” ସୂଚନାଯୋଗ୍ୟ ଯେ, ଡି. ସୁଧାକର ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ପରଲୋକରେ କର୍ଣ୍ଣାଟକ ରାଜନୀତିରେ ଏକ ଶୋକର ଛାୟା ଖେଳିଯାଇଛି।



