ଦିଲ୍ଲୀର ଐତିହାସିକ ମନ୍ଦିର ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହମଲା ପାଇଁ ଯୋଜନା କରୁଥିଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ର ତଦନ୍ତରୁ ISI ସହ ଜଡ଼ିତ ‘ଶାହଜାଦ ଭାଟି ମଡ୍ୟୁଲ୍’ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଜଣାପଡ଼ିଛି ଯେ, ଦିଲ୍ଲୀର ଏକ ପ୍ରସିଦ୍ଧ ଐତିହାସିକ ମନ୍ଦିର ଏହି ଆତଙ୍କବାଦୀ ମଡ୍ୟୁଲର ଟାର୍ଗେଟରେ ରହିଥିଲା। ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ସମ୍ପୃକ୍ତ ମନ୍ଦିରର ବିସ୍ତୃତ ‘ରେକି’ କରିଥିଲା। ମନ୍ଦିର ପରିସରର ସୁରକ୍ଷା ବ୍ୟବସ୍ଥା ଏବଂ ସେଠାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ଅନେକ ଫଟୋ ଓ ଭିଡିଓ ମଧ୍ୟ ସଂଗ୍ରହ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସନ୍ଦେହ ଅନୁଯାୟୀ, ଏହି ସମସ୍ତ ଗୁପ୍ତ ତଥ୍ୟ ସୋସିଆଲ ମିଡିଆ ଓ ହ୍ୟାଣ୍ଡଲର୍ ଜରିଆରେ ପାକିସ୍ତାନରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ପାଖକୁ ପଠାଯାଇଛି। ଏହି ଖୁଲାସା ପରେ ଦିଲ୍ଲୀର ପ୍ରମୁଖ ଧର୍ମାନୁଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button