ଶେଷ ହେଲା ତାମିଲନାଡୁ ରାଜନୈତିକ ସସ୍ପେନ୍ସ: ସରକାର ଗଢ଼ିବାକୁ ବିଜୟଙ୍କୁ ରାଜ୍ୟପାଳଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ରାଜ୍ୟରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ତାମିଲଗା ଭେଟ୍ରି କାଜଗମ୍ (TVK) ମୁଖ୍ୟ ବିଜୟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଏବେ ସ୍ପଷ୍ଟ ହୋଇଛି। ଆଜି ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ସୂଚନା ଅନୁସାରେ, ନିଜ ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଥିବା ନେଇ ସେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ଏଥିସହିତ ଶପଥ ଗ୍ରହଣ ପରେ ବିଧାନସଭାରେ ସେ ସହଜରେ ବହୁମତ ପ୍ରମାଣ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବୈଠକ କାଳରେ ବିଜୟ ନିଜ ସରକାରକୁ ସମର୍ଥନ କରୁଥିବା ଦଳ ଓ ବିଧାୟକମାନଙ୍କ ସମ୍ପର୍କରେ ରାଜ୍ୟପାଳଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ସ୍ଥିରତା ନେଇ ବିଜୟଙ୍କ ଉପସ୍ଥାପନାରେ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ବିଜୟଙ୍କ ସମର୍ଥକ ଓ TVK କର୍ମୀଙ୍କ ମଧ୍ୟରେ ଉତ୍ସାହର ଲହରି ଖେଳିଯା



