ୟୁଏଇରେ ଇରାନର ମିସାଇଲ୍ ଓ ଡ୍ରୋନ୍ ମାଡ଼: ୩ ଭାରତୀୟ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘନେଇଛି। ଆମେରିକା ଓ ଇରାନ ମଧ୍ୟରେ ଥିବା ଅସ୍ତ୍ରବିରତି ବୁଝାମଣା ଭଙ୍ଗ ହେବା ପରେ, ଇରାନ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ଶକ୍ତିଶାଳୀ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ସୋମବାର ଘଟିଥିବା ଏହି ଆକସ୍ମିକ ଆକ୍ରମଣରେ ୩ ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ଫୁଜାଇରା ତୈଳ ଶିଳ୍ପାଞ୍ଚଳରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଶେଷ କରିଥିବା ବେଳେ ଆହତ ଭାରତୀୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ଇରାନ ପକ୍ଷରୁ ୪ଟି କ୍ରୁଜ୍ ମିସାଇଲ୍ ନିକ୍ଷେପ କରାଯାଇଥିଲା। ସେଥିମଧ୍ୟରୁ ୩ଟିକୁ ୟୁଏଇର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆକାଶରେ ହିଁ ନଷ୍ଟ କରିଦେଇଛି। ଅନ୍ୟ ଏକ ମିସାଇଲ୍ ସମୁଦ୍ରରେ ପତିତ ହୋଇଛି। ୟୁଏଇର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଫୁଜାଇରା ବନ୍ଦରକୁ ଟାର୍ଗେଟ୍ କରାଯାଇଥିବାରୁ ଏହାକୁ ଦେଶର ସୁରକ୍ଷା ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button