ନିଳାଦ୍ରୀବିହାର ବୁଦ୍ଧ ପାର୍କ ସାଂସ୍କୃତିକ ପରିଷଦ ତରଫରୁ ବୁଦ୍ଧ ଜୟନ୍ତୀ ପାଳିତ

ଭୁବନେଶ୍ୱର: ମେ ୧ ତାରିଖ ଶ୍ରମିକ ଦିବସ ଅବସରରେ ନିଳାଦ୍ରୀବିହାର ବୁଦ୍ଧ ପାର୍କ ସାଂସ୍କୃତିକ ପରିଷଦ ତରଫରୁ ମହାମାନବ ବୁଦ୍ଧଙ୍କ ୨୫୭୦ ତମ ଜୟନ୍ତୀ ବୁଦ୍ଧ ପାର୍କ ସାଂସ୍କୃତିକ ପରିଷଦ କାର୍ଯ୍ୟାଳୟ ତଥା ବେଲମଣ୍ଡପ ଠାରେ ପାଳିତ ହୋଇ ଏକ ବର୍ଣ୍ଣାଢ଼୍ୟ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ମହାମାନବ ବୁଦ୍ଧଙ୍କ ନୀତି ବିଷୟରେ ଗୁଣଗାନ କରି ତାଙ୍କର ନୀତିକୁ ଅନୁସରଣ କଲେ ଆଜିର ଯୁବ ସମାଜ ଆଗକୁ ବଢ଼ିପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ ବାସ୍ତବବାଦୀର ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପରିଡ଼ା ଯୋଗ ଦେଇ ବୁଦ୍ଧଦେବଙ୍କ ୧୦ଗୋଟି ବୁଦ୍ଧଶୀଳ ନୀତି ବିଷୟରେ ଉପସ୍ଥାପନା କରିବା ସହିତ ବୁଦ୍ଧଙ୍କ ନୀତିକୁ ଅନୁସରଣ କଲେ ଆଜିର ଦିଗହୀନ ସମାଜ ଏକ ସୁସ୍ଥ ସମାଜରେ ପରିଣତ ହେବ ବୋଲି ମତବ୍ୟକ୍ତ କରି ବୁଦ୍ଧଦେବଙ୍କ ବିଷୟରେ ଏକ କବିତା ଆବୃତି କରିଥିଲେ। ସାଂସ୍କୃତିକ ପରିଷଦର ସମ୍ପାଦକ ଦୟାନିଧି ସ୍ୱାଇଁଙ୍କ ପରିଚାଳନାରେ ଏବଂ ସୁରେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ସଭାକାର୍ଯ୍ୟ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସଭାରେ ବିଶ୍ୱଜିତ୍ ପଟ୍ଟନାୟକ, ପ୍ରକାଶ ପାଣିଗ୍ରାହୀ, ତପନ ଜେନା, ଜାନକୀ ବଲ୍ଲଭ ଦାସ, କୁମର ବେହେରା, ମହେଶ୍ୱର ଭୁୟାଁ, ପ୍ରେମଚାନ୍ଦ ମଣ୍ଡଳ, ସୁବାସ ଖଟେଇ ପ୍ରମୁଖ ବ୍ୟକ୍ତିମାନେ ବୁଦ୍ଧଦେବଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଉପସ୍ଥିତ ସମସ୍ତ ବ୍ୟକ୍ତିମାନଙ୍କୁ ବଟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button