ପ୍ରକାଶ ପାଇଲା ମାଟ୍ରିକ ଫଳ: ପାସ୍ ହାର ୯୫.୩୩%, ଏଥର ବି ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟରେ ମୋଟ୍ ପାସ୍ ହାର ୯୫.୩୩ ପ୍ରତିଶତ ରହିଥିବା ବେଳେ ପୁଣିଥରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୫,୩୬,୩୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୫,୧୯,୨୫୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୬.୩୭% ରହିଥିବା ବେଳେ ଛାତ୍ରଙ୍କ କ୍ଷେତ୍ରରେ ଏହା ୯୪.୦୩% ରହିଛି। ରାଜ୍ୟର ୩,୩୧୦ଟି ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି (୧୦୦% ରେଜଲ୍ଟ)। ମଧ୍ୟମାରେ ପାସ୍ ହାର ୮୭.୩% ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ (SOSC) ପରୀକ୍ଷାରେ ୫୯.୮୨% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନୁଷ୍ଠାନିକ ଭାବେ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ, ଚଳିତ ବର୍ଷଠାରୁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ନିଜର ସାର୍ଟିଫିକେଟ୍ ପାଇପାରିବେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଡା. ଏନ୍. ତିରୁମାଲା ନାୟକ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button