୧୦ ଦିନର ସ୍ୱଳ୍ପ ଅବଧି ସମୟରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି ଡାକ ବିଭାଗ

ନୂଆଦିଲ୍ଲୀ: ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟ୍‌ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତିରଙ୍ଗା” (ଘରେ ଘରେ ତିରଙ୍ଗା) କାର୍ଯ୍ୟକ୍ରମରେ ସାମିଲ କରୁଛି । ୧୦ ଦିନର ଏହି ସ୍ୱଳ୍ପ ଅବଧି ସମୟରେ ଡାକ ବିଭାଗ ଲୋକ ମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଅନ୍ ଲାଇନ୍‌ରେ ଡାକ ବିଭାଗ ସାରା ଦେଶରେ କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଞ୍ଚାଇଛି । ଇ – ପୋଷ୍ଟ ଅଫିସ୍ (ଇ – ଡାକ ଘର) ସୁବିଧା ମାଧ୍ୟମରେ ଲୋକ ମାନେ ଅନ୍‌ଲାଇନ୍‌ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି । ୪.୨ ଲକ୍ଷ ଦୃଢ଼ ଡାକ କର୍ମଚାରୀମାନେ ଦେଶର କୋଣ ଅନୁକୋଣରେ ଅର୍ଥାତ୍ ସହର ଗୁଡିକରେ, ନଗର ଗୁଡିକରେ , ଗ୍ରାମଗୁଡିକରେ, ସୀମାବର୍ତୀ କ୍ଷେତ୍ରରେ, ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡିକରେ ପାହାଡ ଏବଂ ଜନଜାତୀୟ ଅଂଚଳ ଗୁଡିକରେ “ହର ଘର ତିରଙ୍ଗା” ବାର୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି । ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା) ଗୁଡିକ ମାଧ୍ୟରେ, ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ “ହର ଘର ତିରଙ୍ଗା”ର ବାର୍ତାକୁ ପହଞ୍ଚାଇଛି । ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକ ମାନଙ୍କ ମଧ୍ୟରେ ଏହି ବାର୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସ୍‌ବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟାପକ ରୂପରେ ବ୍ୟବହାର କରାଯାଇଛି । ଡାକଘର ଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି । ନାଗରିକ ମାନେ ନିକଟତମ ଡାକ ଘର ଗୁଡିକୁ ଯାଇ ଏହାକୁ କ୍ରୟ କରି ପାରିବେ କିମ୍ବା ଇ – ଡାକ ଘର (epostoffice. gov. in) ମାଧ୍ୟମରେ ନିଜର ଜାତୀୟ ପତାକାକୁ କ୍ରୟ କରି ପାରିବେ ଏବଂ “ହର ଘର ତିରଙ୍ଗା” ଅଭିଯାନର ଅଂଶ ବିଶେଷ ହୋଇ ପାରିବେ ।  ନାଗରିକ ମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ  ଏବଂ ତାହାକୁ  www.harghartiranga.com ରେ ଅପଲୋଡ୍ କରିପାରିବେ ଏବଂ ନୂତନ ଭାରତର ସବୁଠାରୁ ବଡ ଉତ୍ସବରେ ନିଜର ଭାଗୀଦାରୀତାକୁ ପ୍ରଦର୍ଶନ କରିପାରିବେ ।

Related Articles

Leave a Reply

Your email address will not be published.

Back to top button