ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ବଦଳିଲେ ଖଣ୍ଡପଡ଼ା ଏସଡିପିଓ

ଭୁବନେଶ୍ବର: ଏକ ମାମଲାର ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଏବଂ ‘ଫେଭର’ ମାଗିବା ଅଭିଯୋଗରେ ଖଣ୍ଡପଡ଼ା ଏସଡିପିଓ (SDPO) ମଦନମୋହନ ପ୍ରଧାନଙ୍କୁ ବଦଳି କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି। ତାଙ୍କ ସ୍ଥାନରେ ନୂଆ ଏସଡିପିଓ ନିଯୁକ୍ତି ପର୍ଯ୍ୟନ୍ତ ମୁଖ୍ୟାଳୟ ଡିଏସପି ସୁଦୀପ୍ତ କୁମାର ସାହୁ ଦାୟିତ୍ୱ ତୁଲାଇବେ। ସୂଚନା ଅନୁଯାୟୀ, ଖଣ୍ଡପଡ଼ା ଏସଡିପିଓଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଏବଂ ଧମକ ଦେଇଥିବା ନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଅଭିଯୋଗ କରିଥିଲେ। ଖଣ୍ଡପଡ଼ା ଅଧୀନସ୍ଥ ଫତେଗଡ଼ ଥାନାରେ ଏକ ମାମଲାର ସମାଧାନ କରିବା ବଦଳରେ ଏସଡିପିଓ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।



