ଆସନ୍ତା ୫ ଦିନ ପର୍ଯ୍ୟନ୍ତ ‘ଅଗ୍ନିବର୍ଷା’: ଟିଟିଲାଗଡ଼ରେ ପାରଦ ୪୩ ଡିଗ୍ରୀ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପୂର୍ବାହ୍ଣ ୯ଟା ବାଜିଲେ ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଗରମ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଠାରେ ଗ୍ରୀଷ୍ମର ପ୍ରକୋପ ସର୍ବାଧିକ ରହିଛି। ଶନିବାର ଟିଟିଲାଗଡ଼ରେ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରବିବାର ଏହା ୪୬ ଡିଗ୍ରୀ ଅତିକ୍ରମ କରିବା ନେଇ ଆଶଙ୍କା କରାଯାଉଛି। ମାଲକାନଗିରି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି, ଫଳରେ ଏଠାରେ ତାତି ସାମାନ୍ୟ କମ୍ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button