ମୋଦୀଙ୍କର ଗାଡ଼ି ନାହିଁ କି ଜମି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ ସମ୍ପତ୍ତି ୨.୨୩ କୋଟିକୁ ବୃଦ୍ଧି ପାଇଛି । ଏହା ମୁଖ୍ୟତଃ ବ୍ୟାଙ୍କ ଜମା ଆକାରରେ ରହିଛି । ତେବେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ । କାରଣ ଗାନ୍ଧିନଗର ଠାରେ ମିଳିତ ମାଲିକାନାରେ ଥିବା ଏକ ଜମିରେ ସେ ତାଙ୍କର ୨୫ ପ୍ରତିଶତ ଜମିକୁ ଦାନ କରିଦେଇଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୨ ମସିହାରେ ସେ ଏହି ସମ୍ପତ୍ତି କିଣିଥିଲେ । ବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅସ୍ତାବର ସମ୍ପତ୍ତିରାଶି ୨୬ଲକ୍ଷ ୧୩ ହଜାର ଟଙ୍କା ବୃଦ୍ଧି ହୋଇଛି । ମୋଦିଙ୍କ ପାଖରେ ନଗଦ ୩୫ଲକ୍ଷ ୨୫୦ଟଙ୍କା ଅଛି । ଡ଼ାକ ଘରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର ଆକାରରେ ୯ଲକ୍ଷ ୫ହଜାର ୧୦୫ଟଙ୍କା ସହିତ ୧ଲକ୍ଷ ୮୯ହଜାର ୩୦୫ଟଙ୍କା ମୂଲ୍ୟର ଜୀବନବୀମା ପଲିସି ରହିଛି । ତେବେ ବଣ୍ଡ ସେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ସେ କିଛି ନିବେଶ କରି ନାହାନ୍ତି । ଏପରିକି ତାଙ୍କର ଗାଡ଼ି ବି ନାହିଁ କିନ୍ତୁ ଚାରୋଟି ସୁନା ମୁଦି ରହିଛି । ଯାହାର ମୂଲ୍ୟ ୧ଲକ୍ଷ ୭୩ହଜାର ଟଙ୍କା ବୋଲି ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଘୋଷଣା ହୋଇଥିବା ସମ୍ପତ୍ତି ତାଲିକାରେ ଦର୍ଶାଯାଇଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ୨କୋଟି ୨୩ଲକ୍ଷ ୮୨ହଜାର ୫୦୪ଟଙ୍କାରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରେ ଅପଲୋଡ଼ ହୋଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button