‘ଓଡ଼ିଶା ଜନତା କଂଗ୍ରେସ ପାର୍ଟି’ର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏକ ନୂଆ ଆଞ୍ଚଳିକ ଦଳର ଅଭ୍ୟୁଦୟ ଘଟିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ବିରାଟ ସମାବେଶରେ **’ଓଡ଼ିଶା ଜନତା କଂଗ୍ରେସ ପାର୍ଟି’**ର ମୂଳଦୁଆ ପଡ଼ିଛି। ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠିତ ଏହି ନୂଆ ଦଳର ଲୋକାର୍ପଣ ଉତ୍ସବରେ ଶତାଧିକ କର୍ମୀ ଓ ସମର୍ଥକଙ୍କ ସମାଗମ ଦେଖିବାକୁ ମିଳିଥିଲା। ମହମ୍ମଦ ମୋକିମ୍ ଏହି ନୂଆ ଦଳର ମଙ୍ଗ ଧରିଥିବା ବେଳେ, ଆଗାମୀ ଦିନରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦଳର ମୁଖ୍ୟ ନେତୃତ୍ୱ ନେବେ ବୋଲି ବଡ଼ ସୂଚନା ମିଳିଛି। ଏହି ମେଗା ସମାବେଶ ପୂର୍ବରୁ ମୋକିମ୍ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ କର୍ମୀ ସମ୍ମିଳନୀ କରି ନିଜର ସଂଗଠନ ସୁଦୃଢ଼ କରିଥିଲେ। ବିଜେଡି, ବିଜେପି ଏବଂ କଂଗ୍ରେସର ଅନେକ ଅସନ୍ତୁଷ୍ଟ ନେତା ଓ କର୍ମୀ ଏହି ନୂଆ ଦଳରେ ସାମିଲ ହୋଇଛନ୍ତି। ମୋକିମ୍ ବିଶେଷ କରି କଂଗ୍ରେସର ପ୍ରଭାବ ଥିବା ଆସନ ଗୁଡ଼ିକ ଉପରେ ନଜର ରଖିଛନ୍ତି। କଟକ, ମାହାଙ୍ଗା, ଧର୍ମଶାଳା, ସାଲେପୁର, ରାଜନଗର, କୋରାପୁଟ ଏବଂ କଣ୍ଟାବାଞ୍ଝି ଭଳି ନିର୍ବାଚନ ମଣ୍ଡଳୀରେ ଦଳକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button