ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସମ୍ରାଟ ଚୌଧୁରୀ। ସେ ବିହାରରେ ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ଅତା ହସନେନ ଶପଥ ଗ୍ରହଣ କରାଇଛନ୍ତି। ନୀତିଶ କୁମାରଙ୍କ ଇସ୍ତଫା ପରେ ସମ୍ରାଟ ବିହାରରେ ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଜେଡିୟୁର ବିଜେନ୍ଦ୍ର ଯାଦବ ଏବଂ ବିଜୟ କୁମାର ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଗତ କିଛି ଦିନ ଧରି ବିହାରରେ ପ୍ରମୁଖ ରାଜନୈତିକ ଘଟଣାକ୍ରମ ଦେଖାଦେଇଛି। ସମ୍ରାଟ ଚୌଧୁରୀଙ୍କୁ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ଦୃଢ଼ ଦାବିଦାର ଭାବରେ ବିବେଚନା କରାଯାଉଥିଲା। ମଙ୍ଗଳବାର ତାଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ଏହା ପରେ, ସେ ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ୍ ର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଅତା ହସନେନଙ୍କ ଦ୍ୱାରା ଜେଡିୟୁ ନେତା ବିଜେନ୍ଦ୍ର ଯାଦବ ଏବଂ ବିଜୟ କୁମାର ଚୌଧୁରୀଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଯାଇଥିଲା।



