କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କମୁନି କାଳବୈଶାଖୀ କୋପ । ଆଜି ୨୦ ଜିଲ୍ଲାକୁ ଝଡ଼ ବର୍ଷା ସହ ବିଜୁଳି ଓ ଘଡ଼ିଘଡ଼ି ଚେତାବନୀ ଦେଇଛି ପାଣିପାଗ ଵିଭାଗ । ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି କୁଆପଥର ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦିନ ସାରା ପ୍ରବଳ ଖରାକୁ ଗରମ ଗୁଳୁଗୁଳି ଆଉ ସଞ୍ଜକୁ କଳାହାଣ୍ଡିଆ ମେଘ ଓ ସ୍ଥାନେସ୍ଥାନେ କୁଆପଥର ବର୍ଷା ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button