ଗୋମାଫିଆଙ୍କ ଘରୁ ମିଳିଲାଣି 50 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା, 3 ଜିଲ୍ଲାରେ ବଡ ଅପରେସନ୍‌

ଭୁବନେଶ୍ବର: ଗୋରୁ ଚୋରି ଓ ଅବୈଧ ପରିବହନରେ ଲିପ୍ତ ‘ଗୋ-ମାଫିଆ’ ବିରୋଧରେ ପୋଲିସର ବଡ ଅପରେସନ୍‌ । ପୂର୍ବାଞ୍ଚଳ ରେଞ୍ଜ ପୁଲିସ୍ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘନଘନ ଚଢାଉ ଚାଲିଛି । ପୂର୍ବାଞ୍ଚଳ ରେଞ୍ଜର ଡିଆଇଜିଙ୍କ ନେତୃତ୍ବରେ ଏହି ଚଢାଉ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭିଯାନ ଅଧିନରେ ୭ଟି ଥାନା ଅଞ୍ଚଳର ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର କହିଛନ୍ତି ‘‘3ଟି ଜିଲ୍ଲାର 32ଟି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଏହି ଅପରେସନରେ 18 ପ୍ଲାଟୁନ ଫୋର୍ସ ନିୟୋଜିତ ଥିବାବେଳେ 50 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ଭଦ୍ରକରେ 6 ଜଣ, ବାଲେଶ୍ବର ଓ ମୟୂରଭଞ୍ଜରେ 4 ଜଣ ଲେଖାଏଁ ଅଟକ ଅଛନ୍ତି । କିଛି ସ୍ଥାନରୁ ଆମେ ମାରଣାସ୍ତ୍ର ବି ଜବତ କରିଛୁ । ଗୋଚାଲଣ ପ୍ରତି ସରକାରଙ୍କ ଜିରୋ ଟଲରାନ୍ସ ନୀତି ରହିଛି । ଅପରସେନ ସରିଲେ ଆମେ ସବିଶେଷ ତଥ୍ୟ ଦେବୁ ’’।

Related Articles

Leave a Reply

Your email address will not be published. Required fields are marked *

Back to top button