ଲିଙ୍ଗରାଜ ମନ୍ଦିରରେ ପୁଣି ସେବାୟତ ବିବାଦ: ସକାଳ ୧୦ଟାରୁ ନୀତିକାନ୍ତି ବନ୍ଦ

ଭୁବନେଶ୍ବର: ପୁଣି ବିବାଦରେ ଲିଙ୍ଗରାଜ ମନ୍ଦିର । ରୁପା ଘୋଡ଼ ଲାଗିକୁ ନେଇ ଏହି ବିବାଦ ଉପୁଜିଛି । ରୁପା ଘୋଡ଼କୁ ନେଇ ଦୁଇ ସେବାୟତ ବ୍ରାହ୍ମଣ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦେଖାଯାଇଥିବା ବେଳେ ବନ୍ଦ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି । ଏହାକୁ ନେଇ ସକାଳ ୧୦ ଟାରେ ସାହାଣ ମେଲା ପରଠାରୁ ବନ୍ଦ ରହିଛି ସମସ୍ତ ନୀତିକାନ୍ତି । ତେବେ ଲିଙ୍ଗରାଜ ମନ୍ଦିରରେ ପୁଣି ବିବାଦ ଦେଖାଯାଇଥିବା ବେଳେ ସେବାୟତଙ୍କ ଭିତରେ ଗଣ୍ଡଗୋଳ, ମାରପିଟ ଓ ହୋହଲ୍ଲା ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ଭିତରେ ହାତାହାତି ଓ ମାରପିଟ ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ମହାପ୍ରଭୁଙ୍କ ଉପରେ ରୁପାର ଘୋଡ଼ ଲିଙ୍ଗରାଜ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button