ମିଶନ ଶକ୍ତି କେଫ୍ ଉଦଘାଟନ କଲେ କେନ୍ଦ୍ରାପଡା ଜିଲ୍ଲାପାଳ

କେନ୍ଦ୍ରାପଡା / ରାଜକନିକା : ରାଜ୍ୟର ସମସ୍ତ ବ୍ଲକରେ ନିର୍ମାଣ କରାଯିବ ମିଶନ ଶକ୍ତି କେଫ୍ | ଜିଲ୍ଲାପାଳଙ୍କ ଉପସ୍ଥିତିରେ ରାଜକନିକା ବ୍ଲକରେ ଉଦଘାଟିତ ହେଲା ମିଶନ ଶକ୍ତି କେଫ୍ ବା କ୍ୟାଣ୍ଟିନ୍ |

କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ମିଶନ ଶକ୍ତି କେଫ୍ ଉଦଘାଟନ ହୋଇଯାଇଛି | ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଅମୃତ ଋତୁରାଜ | ଏହା ସହ ଏହି ଉଦଘାଟନୀ ସଭାରେ ଉପ ଜିଲ୍ଲାପାଳ ନିରଂଜନ ବେହେରା, ରାଜକନିକା ବ୍ଲକର ବିଡିଓ ଅଶୋକ କୁମାର ମହାନ୍ତି, କନିକା ତହସିଲଦାର ପ୍ରେମାନନ୍ଦ ବେହେରା ,ରାଜକନିକା ବ୍ଲକର ମିଶନ ଶକ୍ତି ସଭାପତି ସଂଯୁକ୍ତା ଶତପଥୀ, ରାଜକନିକା ଓ ଏଲ୍ ଏମ୍ ଅଫିସର ମହେଶ୍ୱତା ମହାନ୍ତି , ସୁଶାନ୍ତ କୁମାର ଦାସ ଏବଂ ବରିଷ୍ଠ ବିଜେଡି ନେତା ବିକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ |

ରାଜ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣୟନ କରିଥିଲେ ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମ | ନାରୀ କୁ ଅଗ୍ରାଧିକାର ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପରେ ଏବେ ରାଜ୍ୟ ର ସମସ୍ତ ଜିଲ୍ଲାରେ ନିର୍ମାଣ କରାଯାଉଛି ମିଶନ ଶକ୍ତି କେଫ୍ ବା କ୍ୟାଣ୍ଟିନ୍ | ଗତକାଲି କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ବ୍ଲକରେ ଉଦଘାଟନ କରାଯାଇଛି ମିଶନ ଶକ୍ତି କେଫ୍ |

Related Articles

Leave a Reply

Your email address will not be published.

Back to top button