ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ଝଟକା

କଟକ: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ଓଡ଼ିଶା ହାଇକୋର୍ଟରୁ ବଡ଼ଧରଣର ନିରାଶାର ସାମ୍ନା କରିବାକୁ ପଡ଼ିଛି। ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ଏବଂ ସୁରକ୍ଷା ପାଇବା ଉଦ୍ଦେଶ୍ୟରେ ସେ ଦାଖଲ କରିଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରି ମାନ୍ୟବର ହାଇକୋର୍ଟ ତାଙ୍କୁ କୌଣସି ବି ପ୍ରକାରର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ଏହାସହିତ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ କେସ୍ ଡାଏରୀ ଦାଖଲ କରିବାକୁ ମଧ୍ୟ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତର ସ୍ୱତନ୍ତ୍ର ଛୁଟି ଶେଷ ହେବା ପରେ ଏହି ମାମଲାର ପୁନର୍ବାର ଶୁଣାଣି ଅନୁଷ୍ଠିତ ହେବ। ସେହି ସମୟରେ କେସ୍ ଡାଏରୀ ଏବଂ ସଂଗୃହୀତ ପ୍ରମାଣକୁ ଆଧାର କରି ଆଗୁଆ ଜାମିନ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପ୍ରକାଶଥାଉ କି, ପୂର୍ବରୁ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ଆଇନଗତ ଭାବେ ଆଗୁଆ ଜାମିନ ପାଇଁ ଆବେଦନ କରିବାର ସୁଯୋଗ ପ୍ରଦାନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button