ଗ୍ୟାସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଏକାଧିକ ଟାଙ୍କି ବିସ୍ପୋରଣ, ୩ ଗୁରୁତର

ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗର କେ-୪ ଟାଟା ଆରିୟନ ନିକଟରେ ଥିବା ଏକ ଗ୍ୟାସ ଦୋକାନରେ ଶନିବାର ଭୟଙ୍କର ବିସ୍ପୋରଣ ହୋଇ ଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ବେଳେ ଏକାଧିକ ଟାଙ୍କି ଫାଟି ଯାଇିଛି। ଗ୍ୟାସ ଦୋକାନରେ ଛୋଟ ବଡ଼ ପ୍ରାୟ ୬ଟି ଟାଙ୍କି ଫାଟି ଯାଇଥିବା ଜଣାଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପାଖରେ ଥିବା ଏକ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଗ୍ୟାସ ଦୋକାନୀଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଆହତ ଗ୍ୟାସ ଦୋକାନୀଙ୍କ ନାଁ ବିଭୁ ବୋଲି ଜଣାପଡିଛି। ତାଙ୍କ ମୁଣ୍ଡ,ହାତ, ଦେହରେ ଗଭୀର ଆଘାତ ଲାଗିଥିବାବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ପରିଚୟ ଜଣା ପଡିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସବୁଠୁ ବଡ଼ କଥା ହେଉଛି ଏହି ଅଘଟଣରୁ ଆନନ୍ଦ ବନ ବର୍ତ୍ତିଯାଇଛି। ବେଆଇନ ଭାବେ ଗ୍ୟାସ ରିଫିଲିଂ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button