ମୁଁ ଯାହା କହିଥିଲି ତାହା ସତ ହେଲା: ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଏବଂ ଦଳୀୟ ଗୁମରକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ନବୀନ ପଟ୍ଟନାୟକଙ୍କ ସାମ୍ପ୍ରତିକ ମନ୍ତବ୍ୟକୁ ଆଧାର କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସେ ପୂର୍ବରୁ ଯାହା କହିଥିଲେ ତାହା ଆଜି ସତ ପ୍ରମାଣିତ ହୋଇଛି। ରାଜ୍ୟ ବାହାରେ ‘ବିଜୁ ଟ୍ରଷ୍ଟ’ ଗଠନ ହେବା କଥାକୁ ଶେଷରେ ନବୀନ ବାବୁ ସ୍ୱୀକାର କରିଛନ୍ତି ବୋଲି ସେ ଦାବି କରିଛନ୍ତି। ପ୍ରଭାତଙ୍କ କହିବା ଅନୁସାରେ, ପୂର୍ବରୁ ୪୦ ଜଣ ବିଧାୟକଙ୍କ ସମ୍ମୁଖରେ ଏହି ଟ୍ରଷ୍ଟ ବିଷୟରେ ପଚାରିବାରୁ ଦଳର କିଛି ନେତା ଏହାକୁ ସମ୍ପୂର୍ଣ୍ଣ ମନା କରିଥିଲେ। ମାତ୍ର ଏବେ ନବୀନ ପଟ୍ଟନାୟକ ଏହାକୁ ମାନିବା ପରେ ସବୁ ସତ ପଦାକୁ ଆସିଯାଇଛି। ଗଠନ ହୋଇଥିବା ‘ବିଜୁ ଟ୍ରଷ୍ଟ’ର ମୁଖ୍ୟ ଭି.କେ. ପାଣ୍ଡିଆନ ରହିଛନ୍ତି ବୋଲି ପ୍ରଭାତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବା ପରେ ମଧ୍ୟ ପାଣ୍ଡିଆନ ହିଁ ସବୁ କିଛି ପରିଚାଳନା କରୁଛନ୍ତି। ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ଯେଭଳି ଦଳ ଚଳାଉଥିଲେ, ଏବେ ପାଣ୍ଡିଆନ ସେଭଳି କରୁଛନ୍ତି। ନବୀନ ବାବୁ କେବଳ ଦସ୍ତଖତ କରୁଛନ୍ତି ଏବଂ ପାଣ୍ଡିଆନ ଦିଲ୍ଲୀରେ ରହି ଗୁଟି ଚାଳନା କରୁଛନ୍ତି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button