ବେଆଇନ୍ ଭାବେ ଚିଙ୍ଗୁଡି ଘେରିକୁ ଉଛେଦ କରାଯିବା ସହ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା / ରାଜକନିକା : ବିନା ସରକାରୀ ଲାଇସେନ୍ସ୍ ରେ ବେଆଇନ୍ ଭାବେ ଚିଙ୍ଗୁଡି ଘେରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଘେରି ମାଲିକ | ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଚ୍ଛେଦ କରିବା ପାଇଁ ସର୍ଭେ କାର୍ଯ୍ୟ ଚାଲୁରହିଛି |

ବେଆଇନ୍ ଭାବେ ଚିଙ୍ଗୁଡି ଘେରିକୁ ବନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ଉଚ୍ଚ ନ୍ୟାୟାଳୟ | ସେଥିପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କିଛି ଗ୍ରାମରେ ସର୍ଭେ କାର୍ଯ୍ୟ କରାଯାଇଥିଲା | ଜୟନଗର, କୋଇଲପୁର, ବଜରପୁର ଆଦି ଗ୍ରାମ ଗୁଡିକରେ କିଛି ମୁଷ୍ଟିମେୟ ଲୋକ ବିନା ସରକାରୀ ଲାଇସେନ୍ସ୍ ରେ ବୈତରଣୀ ନଦୀର ତଟବର୍ତି କୂଳରେ ଥିବା ବେଆଇନ୍ ଭାବେ ଚିଙ୍ଗୁଡି ଘେରି କରିଛନ୍ତି | ସେମାନେ ଚାଷୀଙ୍କ ପାଖରୁ ଚାଷ ଜମି ଲିଜ୍ ଆକାର ରେ ଆଣି ବଣ୍ଡ୍ ସାଇନ୍ କରି ଏକ ବର୍ଷ ରୁ ଆରମ୍ଭ କରି ଦଶ ରୁ ପନ୍ଦର ବର୍ଷ ମଧ୍ୟରେ ଚିଙ୍ଗୁଡି ଘେରି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି | ପ୍ରତିବଦଳରେ ସେମାନେ ବର୍ଷକୁ କୋଟି କୋଟି ଟଙ୍କାର ଆୟ କରୁଛନ୍ତି | ଛୋଟ ଛୋଟ କୁନି କୁନି ଜିଆ ଭଳି ପ୍ୟାକେଟ୍ ରେ ଚିଙ୍ଗୁଡି ଜାହାଁର ଛାଡି ଲାଭବାନ ହେଉଛନ୍ତି | ହଜାର ହଜାର ହେକ୍ଟର ଚାଷ ଜମି ଏବେ ନଷ୍ଟ ହୋଇଛି | ଖାଲି ସେତିକି ନୁହେଁ ବୈତରଣୀ ନଦୀରେ ଲୁଣା ପାଣି ଜମି ରହିବା ସହ ଚିଙ୍ଗୁଡି ଚାଷ ପୋଖରୀ ପାଣିରେ ରାସାୟନିକ ସାର ଓ ଔଷଧ ଯୋଗୁ ବିଶାକ୍ତ ହେଉଛି ଏହାର ପାଣି | ସେହି ବିଶାକ୍ତ ପାଣିକୁ ନାଳ ସାହାଯ୍ୟରେ ପୁଣି ବୈତରଣୀ ନଦୀକୁ ଛଡାଯାଉଛି | ଫଳରେ ନଦୀରେ ଥିବା ଜଳଜ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି | ଅନେକ ସମୟରେ ଏହି ନଦୀରେ କୁମ୍ଭୀର, ଶାଙ୍କୁଚ, ମାଛ, କଙ୍କଡା ଇତ୍ୟାଦି ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳୁଛି | ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଜାତୀୟ ଅଭୟାରଣ୍ୟ ବା ବୃହତ୍ ଲୁଣା ଜଂଗଲ ଗଢି ଉଠିଛି ଭାରତୀୟ ଜାତୀୟ ହେନ୍ତାଳ ବନ ଓ ବିଭିନ୍ନ ପ୍ରକାର ବୃକ୍ଷର ସମାଗମ ରହିଛି | ତେଣୁ ବେଆଇନ୍ ଭାବେ ଗଢିଉଠିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ କରିବା ପାଇଁ ସର୍ଭେ କାମ ଚାଲିଛି | ଆଉ କିଛି ଦିନ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି | ସର୍ଭେ କାର୍ଯ୍ୟ ତଦାରଖ ବେଳେ କନିକା ତହସିଲଦାରଙ୍କ ସହ ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକ, ରାଜକନିକା ବ୍ଲକ ମସ୍ଛ୍ୟ ବିଭାଗ ଅଫିସର ସମୀର କୁମାର ଦାସ, ରାଜନଗରର ବନବିଭାଗ ଅଫିସର ପ୍ରଶାନ୍ତ କୁମାର ସିଂହ, ଜୟନଗର ଓ ଆୟତନ ର ଦୁଇ ଆର.ଆଇ ଏବଂ ବନବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଗଣ୍ଡଗୋଳର ଆଶଙ୍କା କରି ଏହି ସ୍ଥାନମାନଙ୍କରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ସକାଳ ପ୍ରାୟ ୧୦ ଟାରୁ ଆରମ୍ଭ କରି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁରହିଥିଲା |

Related Articles

Leave a Reply

Your email address will not be published.

Back to top button