ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲୀପ ରାୟ

ଭୁବନେଶ୍ବର: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଦିଲୀପ ରାୟ । ରାଜ୍ୟସଭା ନିର୍ବାଚନ ଜିତିବା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ଦିଲୀପ ରାୟ । ଆଜି ସକାଳୁ ରାଜ୍ୟସଭା ସାଂସଦ ଦିଲୀପ ରାୟ ପତ୍ନୀଙ୍କ ସହ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଲାଭ କରିଛନ୍ତି । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲୀପ ରାୟ କହିଛନ୍ତି ଯେ,”ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାବାସୀଙ୍କ ପାଇଁ ଆଗକୁ ଭଲ କାମ କରିବି । ତେଣୁ ଏଥିପାଇଁ ମହାପ୍ରଭୁ ଧର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି । ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ନିଶ୍ଚିତ ଥିଲି । ସେଥିପାଇଁ ଦୁଇ ମାସ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲି । ଯେଉଁ ବିଧାୟକମାନେ ମତେ କ୍ରସ୍ ଭୋଟିଂ କରି ସମର୍ଥନ ଜଣାଇଛନ୍ତି, ସେମାନଙ୍କ ମଧ୍ୟରୁ କିଛିଙ୍କ ସହ ବ୍ୟକ୍ତିଗତ ଭାବେ ସମ୍ପର୍କ ରହିଛି । କିଛି ବିଧାୟକଙ୍କ ଭଲ ପାଇବା ଓ ସମର୍ଥନ ରହିଥିଲା ବୋଲି ମୁଁ ନିର୍ବାଚନ ଜିତିଲି,” ବୋଲି କହିଛନ୍ତି ଦିଲୀପ ରାୟ ।

Related Articles

Leave a Reply

Your email address will not be published. Required fields are marked *

Back to top button