ସହିଦଙ୍କୁ ଶ୍ରଦ୍ଧାଞ୍ଜଳି : ‘ବନ୍ଦେ ମାତରମ୍’, ‘ଭାରତ ମାତା କି ଜୟ’ ସ୍ଲୋଗାନରେ ଫାଟି ପଡୁଥିଲା ସମଗ୍ର ଅଂଚଳ

କାର୍ଗୀଲ୍ ଯୁଦ୍ଧରେ ସହିଦ୍ ହୋଇଛନ୍ତି ୫୨୭ ଜଣ ବୀର ସେହି ସହିଦ୍ ବୀରଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ତଥା ଏ ଅଂଚଳ ପାଇଁ ଚିର ନମସ୍ୟ ପାଲଟିଛନ୍ତି ସହିଦ ସଚ୍ଚିଦାନନ୍ଦ ମଲ୍ଲିକ ସହିଦଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ଗ୍ରାମ ପଞ୍ଚାୟତର କଣ୍ଡିଆହାଟ ଗ୍ରାମରେ

ଭୁବନେଶ୍ୱର : ଜୁଲାଇ ୨୬ରେ ସାରା ଦେଶରେ ପାଳିତ ହୋଇଯାଇଛି ସହିଦ ଦିବସ | ବୀର ସହିଦ ଯବାନମାନଙ୍କୁ ମନେ ପକାଉଛନ୍ତି ଦେଶ ତଥା ସହିଦଙ୍କ ପରିବାର | ୧୯୯୯ ମସିହା ଜୁଲାଇ ମାସ ୨୮ରେ ଭାରତ ଓ ପାକିସ୍ତାନ କାର୍ଗୀଲ୍ ଯୁଦ୍ଧରେ ଭାରତୀୟ ଯବାନ ଭାବରେ କାର୍ଗୀଲ୍ ପାହାଡ ସେକ୍ଟରରେ ଗୋଳାବାରୁଦ, ବନ୍ଧୁକ, ତୋପ କମାଣ ଗୁଳି ଗୋଳା ବର୍ଷଣ ଚାଲିଥିବା ବେଳେ ସଚ୍ଚିଦାନନ୍ଦ ମଲ୍ଲିକ ହାବିଲଦାର ପଦବୀରେ ରହି କମାଣ୍ଡରଙ୍କର ନିର୍ଦ୍ଦେଶ କ୍ରମେ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ | ଏହି ସମୟରେ ଭାରତୀୟମାନଙ୍କ ଗୁଳି ସରିଯିବା ପୂର୍ବରୁ ଯୋଗେଇଦେବା ପାଇଁ ନିର୍ଦ୍ଦେଶ ପାଇଥିଲେ ସଚ୍ଚିଦାନନ୍ଦ | ଶତ୍ରୁଙ୍କୁ ଦୃଢ ମୁକାବିକା ପାଇଁ ଗୁଳି କମ ପଡ଼ିବନି ଏକଥା ମନରେ ସଂକଳ୍ପ ନେଇ ଭାରତୀୟଂକୁ ଯୋଗାଇଦେବା ସମୟରେ ହଠାତ୍ ପଛପଟ ପିଠିରେ ଶତ୍ରୁଙ୍କ ଗୁଳିରେ ଟଳି ପଡ଼ିଥିଲେ ସହିଦ ସଚ୍ଚିଦାନନ୍ଦ ମଲ୍ଲିକ | ଦୀର୍ଘ ତିନି ମାସ ଧରି ଯୁଦ୍ଧ ପରେ ବିଜୟ ଲାଭ କରିଥିଲେ ଭାରତୀୟ ସେନା | ମଇ ରୁ ଆରମ୍ଭ ହେଇ ଜୁଲାଇରେ ଶେଷ ହୋଇଥିଲା କାର୍ଗିର ଯୁଦ୍ଧ | ଶେଷରେ କାର୍ଗୀଲ୍ ସେକ୍ଟରରେ ଟାଇଗର ହିଲ୍ ନିକଟରେ ଶତ୍ରୁଙ୍କୁ ନିପାତ୍ କରିଥିଲେ ଭାରତୀୟ ସେନା | ତେଣୁ ଆମ ଦେଶ ଭାରତରେ କାର୍ଗୀଲ୍ ବିଜୟକୁ ସହିଦ୍ ଦିବସ ଭାବେ ପାଳନ କରାଯାଇଛି |

 

ସେହି ସହିଦ ବୀରଙ୍କ ଉଦ୍ଦେଶ୍ୟରେ କନିକା ଅଂଚଳରେ କାର୍ଗୀଲ୍ ବିଜୟ ସ୍ୱରୂପ ସହିଦ୍ ଦିବସ ପାଳନ କରାଯାଇଛି | ୧୯୯୯ମସିହା ଅପ୍ରେଲ ମାସ ୨୬ ତାରିଖରୁ ଆଜିଯାଏ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ଗ୍ରାମ ପଞ୍ଚାୟତର କଣ୍ଡିଆହାଟ ଗ୍ରାମରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକ ଙ୍କର ଶବ ଦିଲ୍ଲୀ ରୁ ଦୁଇ ଦିନ ପରେ ବାୟୁ ସେନାର ଯୁଦ୍ଧ ବିମାନ ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚିଥିଲା | ନିଜର ଜନ୍ମ ମାଟି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ଗ୍ରାମ ପଞ୍ଚାୟତର କଣ୍ଡିଆହାଟ ଗ୍ରାମରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକଙ୍କର ଶବକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା | ସହିଦ୍ ଙ୍କ ପରିବାର , ଗ୍ରାମବାସୀ, ପଞ୍ଚାୟତର ଜନସାଧାରଣ, ଜିଲ୍ଲା ପ୍ରଶାସନ ଇତ୍ୟାଦିଙ୍କ ଉପସ୍ଥିତ ରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକଙ୍କର ଶବକୁ ସମ୍ମାନ ଜଣାଇ ତୋପ ସଲାମି ଦିଆଯାଇଥିଲା | ସେବେଠାରୁ ପ୍ରତ୍ୟେକ ବର୍ଷ ତାଙ୍କର ଶ୍ରାଦ୍ଧ ଦିବସ ପାଳନ କରାଯାଉଛି |

ଚଳିତ ବର୍ଷ ୨୬ ଜୁଲାଇରେ ଏକ ବର୍ଣ୍ଣାଢ୍ୟ ପରିବେଶରେ କାର୍ଗୀଲ୍ ବିଜୟ ଦିବସ ପାଳିତ ହୋଇଯାଇଛି | ଏଥିରେ ଉପସ୍ଥିତ ଥିଲେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା , ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକ, ରାଜକନିକା ବ୍ଲକ ର ବରିଷ୍ଠ ସାମ୍ବାଦିକ ଶିବରାମ ଦାସ, ବରିଷ୍ଠ ବିଜେଡି ନେତା ବିକାଶ ଚନ୍ଦ୍ର ଦାସ ତଥା ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତାପ କେଶରୀ ଦେବଙ୍କର ପ୍ରତିନିଧି | ଏତଦ ବ୍ୟତୀତ ସ୍ଥାନୀୟ ଚରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ଯୁବ ବିଜେଡି ନେତା ଅଏସ୍ ସାମଲ, ଅବସର ପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଓ କର୍ମଚାରୀ , ଭଦ୍ରକ ଜିଲ୍ଲାର ଏନ୍ ସି ସି କ୍ୟାଡେର ସଦସ୍ୟ , ବିଶିଷ୍ଟ ଶିକ୍ଷାବିତ୍ଆ ଙ୍କ ସହ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ | କାର୍ଗୀଲ୍ ବିଜୟ ଦିବସ ପାଳନ ଅବସରରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକଙ୍କର ସ୍ତମ୍ଭ ଓ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଜାତୀୟ ସଂଗୀତ ଗାନ ପରେ ସହିଦ୍ ବୀର ସଚ୍ଚିଦାନନ୍ଦ ମଲ୍ଲିକଙ୍କ ଗୁଣ-ଗାରିମା ସମ୍ପର୍କରେ ଆଲୋକପାତ କରାଯାଇଥିଲା | ସର୍ବଶେଷରେ ବନ୍ଦେ ମାତରମ୍ …ଭାରତ ମାତା କି ଜୟ… ଶ୍ଳୋଗାନ ଦେବା ସହିତ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ସ୍ତମ୍ଭ କୁ ସେଲୁଟ୍ ମାରି ସହିଦ୍ ଙ୍କୁ ସମ୍ମାନ ଜଣାଇଥିଲେ ଉପସ୍ଥିତ ଜନତା |

Related Articles

Leave a Reply

Your email address will not be published.

Back to top button