ମାନବିକତାର ପରିଚୟ ଦେଲେ ଆଳି ଥାନା ଅଧିକାରୀ, ଦେଖନ୍ତୁ ଭିଡ଼ିଓ

କେନ୍ଦ୍ରାପଡା / ଆଳି : ଜନସାଧାରଣଙ୍କ ସୁରକ୍ଷା ପାଇଁ ସବୁବେଳେ ତତ୍ପର ଓଡିଶା ପୋଲିସ | ଏହାର ଏକ ଜ୍ୱଳନ୍ତ ଦୃଷ୍ଟନ୍ତ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳରେ | ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ନିଜ ଜିପରେ ଆଣି ଆଡମିଟ କଲେ ଥାନା ଅଧିକାରୀ ସଲିଲ କୁମାର ପ୍ରଧାନ |

ମଙ୍ଗଳବାର ଦିନ ପ୍ରାୟ ୨ଟା ସମୟରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା କଡ଼ରେ ଥିବା ଓମ ଡିଜିଟାଲ ଇଲେକ୍ଟ୍ରୋନିକ୍ସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶୀକାର ହୋଇଛନ୍ତି ଆଳି ନରେନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ଭଦ୍ର | ଶ୍ରୀ ଭଦ୍ର ନିଜ ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କସଣଅଣ୍ଟାରୁ ଆଳି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଏକ ଅଟୋ ତାଙ୍କୁ ପଛପଟରୁ ଧକା ଦେଇଥିଲା | ଏହି ଦୁର୍ଘଟଣା ପରେ ସେଠାରେ ଲୋକ ମାନେ ରୁଣ୍ଡ ହୋଇ ଯାଇଥିଲେ | ହସ୍ପିଟାଲ ନେବା ପରିବର୍ତ୍ତେ କେହି କେହି ଏ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରୁଥିଲେ |

ଏହି ସମୟରେ କେନ୍ଦ୍ରାପଡ଼ାରୁ ସେହିବାଟଦେଇ ଆଳି ଥାନାକୁ ଫେରୁଥିବା ଥାନା ଆଇଆଇସି ସଲିଲ କୁମାର ପ୍ରଧାନ ପ୍ରଧାନଶିକ୍ଷଙ୍କୁ ଏଭଳି ଅବସ୍ଥାରେ ଦେଖି ନିଜ ଥାନା ଜିପରେ ମେଡିକାଲ ଆଣି ଆଡମିଟ କରିଥିଲେ | ଶ୍ରୀ ଭଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ଆଳି ଅଞ୍ଚଳର ଜନସାଧାରଣ ଆଇଆଇସିଙ୍କ ଏପରି ମହାନତାକୁ ପ୍ରଶଂସା କରିଛନ୍ତି |

Related Articles

Leave a Reply

Your email address will not be published.

Back to top button