ଓଡ଼ିଶାରେ ୩ ଦିନ ଯାଏଁ ବର୍ଷା, ୨୪ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଉତ୍ତର-ପୂର୍ବ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ରପତ୍ତନ ଠାରୁ 0.9 କିମି ଉଚ୍ଚତାରେ ରହିଛି । ଏହା ପ୍ରଭାବରେ ଓଡ଼ିଶାର କିଛି ସ୍ଥାନ, ମୁଖ୍ୟତଃ ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସହ ଝଡ଼ି ପବନ ହେବ । ଆଜିଠାରୁ 3 ଦିନ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହାସହ କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ହେବ । ଆଗାମୀ 24 ଘଣ୍ଟା ମଧ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଏହା ସାଙ୍ଗକୁ ଘଣ୍ଟାପ୍ରତି 30-40 କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଏନେଇ 12 ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ସତର୍କ ସୂଚନା ଜାରି କରାଯାଇଛି ।



