ମାଓମୁକ୍ତ ହେବ ଓଡିଶା : ଡିଜିପି

ଭୁବନେଶ୍ୱର: ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ହିଂସା ଛାଡି ଆତ୍ମସମର୍ପଣ କର, ନଚେତ ପରିଣାମ ଭୋଗିବ କହିଲେ । ଏସଓଜି ଯବାନଙ୍କ ଅପରେସନର ଭୟଙ୍କର ପରିଣାମ ଭୋଗିବ । କନ୍ଧମାଳ ଦାରିଙ୍ଗବାଡିରେ ଜୋରଦାର ଅପରେସନ ଚାଲିଛି । ମାଓନେତା ସୁକୃ ଲୁଚିଥିବା ସନ୍ଦେହରେ ଜୋରଦାର ଅପରେସନ ଚାଲିଛି । ଡେଡ ଲାଇନ ପୂର୍ବରୁ ଓଡିଶା ମାଓମୁକ୍ତ ହେବ କହିଛନ୍ତି ଡିଜିପି ୱାଇ ବି ଖୁରାନିଆ । ସୂଚନାତାଉ କି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ମାର୍ଚ୍ଚ ମାସ ଶେଷ ସୁଦ୍ଧା ନକ୍ସ ମୁକ୍ତ ହେବ ଓଡିଶା । ସେନେଇ ଏବେ ସୁରକ୍ଷା କର୍ମୀ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।



